ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ସମାରୋହ-୨୦୧୯

ମହିଳାମାନେ ନିଜ ଅନ୍ତର୍ନିହିତ ଶକ୍ତିକୁ ଚିହ୍ନି ତା’ର ବିକାଶ କଲେ ସମାଜର ଅଶେଷ କଲ୍ୟାଣ ସାଧିତ ହୋଇପାରିବ : ମନ୍ତ୍ରୀ ଶ୍ରୀ ସାମଲ

0 379

ଭୁବନେଶ୍ୱର, – ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ସମାରୋହ-୨୦୧୯ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ କହିଲେ

ଯେ ଯଦିଓ ଆନ୍ତର୍ଜାତିକ ମହିଳା ଦିବସ ୧୯୦୯ ମସିହାରୁ ପାଳିତ ହେଉଛି କିନ୍ତୁ ପ୍ରକୃତ ପକ୍ଷେ ୧୯୭୫ମସିହାରୁ ମିଳିତ ଜାତିସଂଘ ଦ୍ୱାରା ଏହାକୁ ବାସ୍ତବ ରୂପ ଦିଆଯାଇଛି । ଏହି ଦିବସ ପାଳନର ଉଦ୍ଦେଶ୍ୟହେଉଛି ନାରୀମାନଙ୍କ ସଫଳତାର ଜୟଗାନ ସହିତ ସେମାନଙ୍କୁ ନ୍ୟାଯ୍ୟ ଅଧିକାର ଦେବା ଓ ସେମାନଙ୍କୁସଶକ୍ତ କରିବା । ମହିଳାମାନେ ସେମାନଙ୍କ ଅଧିକ ସାବ୍ୟସ୍ତ କଲେ ଓ ସୁରକ୍ଷିତ ଜୀବନଯାପନ କଲେ ସଶକ୍ତଓଡ଼ିଶା ଗଠନ ହୋଇପାରିବ । ଏବେ ନାରୀମାନେ ଶିକ୍ଷା, ସ୍ୱାସ୍ଥ୍ୟ, ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକକ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ପାଉଛନ୍ତି । ତଥାପି ଆହୁରି ଅନେକ କରିବାକୁ ବାକି ଅଛି । ମହିଳାମାନେନିଜ ଅନ୍ତର୍ନିହିତ ଶକ୍ତିକୁ ଚିହ୍ନି ତା’ର ବିକାଶ କଲେ ସମାଜର ଅଶେଷ କଲ୍ୟାଣ ସାଧିତ ହୋଇପାରିବବୋଲି ମନ୍ତ୍ରୀ ଶ୍ରୀ ସାମଲ କହିଥିଲେ ।ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଚିତ୍ରାଅରୁମୁଗମ୍‌ ସ୍ୱାଗତ ଭାଷଣ ଦେଇ କହିଲେ ଯେ ଆଜିର ଦିବସ ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମହତ୍ତ୍ୱବହନ କରେ । ମହିଳାମାନେ ସଶକ୍ତ ହେଲେ ସମାଜରେ ସମସ୍ତେ ସୁଖଶାନ୍ତିରେ ରହିପାରିବେ । ବିଭାଗ

ପକ୍ଷରୁ ମହିଳା ଓ ଶିଶୁମାନଙ୍କ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ମହିଳାମାନେ ନିଜରପ୍ରତିଭା ଦ୍ୱାରା ପରିବାର, ସମାଜ ଓ ଦେଶକୁ ଆଲୋକିତ କରିପାରିବେ ବୋଲି ସେ କହିଥିଲେ । ଶ୍ରୀମତୀଅରୁମୁଗମ୍‌ ବିଭାଗର କାର୍ଯ୍ୟାବଳୀ ସଂପର୍କରେ ବର୍ଣ୍ଣନା କରିବା ସହିତ ନାରୀମାନଙ୍କର ସୁସ୍ଥ ଓ ନିରାମୟଜୀବନ କାମନା କରିଥିଲେ ।ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା ଆର୍‌ କାର୍ତ୍ତିକେୟନ୍‌ କହିଲେ ଯେ ଏକକ୍ଷୁଦ୍ର ଉଦ୍ୟମରୁ ଆରମ୍ଭ ହୋଇଥିବା ମିଶନ ଶକ୍ତି ଆନ୍ଦୋଳନ ଆଜି ୧୮ ବର୍ଷରେ ପଦାର୍ପଣ କରିଛି । ଏହାଆଜି ୬ ଲକ୍ଷରୁ ଊଦ୍ଧ୍ୱର୍ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୭୦ ଲକ୍ଷ ମହିଳାମାନଙ୍କ ଯୋଗଦାନ ଦ୍ୱାରାବ୍ୟାପକ ରୂପ ଧାରଣ କରି ଏକ ନୀରବ ବିପ୍ଳବରେ ପରିଣତ ହୋଇଛି । ମହିଳାମାନଙ୍କୁ ସ୍ୱାବଲମ୍ବୀ, ସଶକ୍ତଓ ପ୍ରଗତିଶୀଳ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିଛି । ରାଜ୍ୟର ପ୍ରଗତି ଓ ପରିବର୍ତ୍ତନରେମିଶନ ଶକ୍ତିର ଭୂମିକା ଅତୁଳନୀୟ । ନାରୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାରେ ମିଶନଶକ୍ତିର ଅବଦାନ ଅନସ୍ୱୀକାର୍ଯ୍ୟ ବୋଲି ସେ କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ମହିଳା ବିକାଶ ସମବାୟ ନିଗମର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ଶେ୍ୱତାସ୍ନିUାମିଶ୍ର, ଶିଶୁ ସୁରକ୍ଷା ଅଧିକାର କମିଶନର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ଓଡ଼ିଶା ରାଜ୍ୟ ସମାଜ ମଙ୍ଗଳବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ଲତିକା ପ୍ରଧାନ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ସମନ୍ୱିତ ଶିଶୁବିକାଶ ଯୋଜନା ଓ ସମାଜ କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ । ଅଙ୍ଗନବାଡ଼ିକର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା, ସରକାରୀ କର୍ମଚାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଏହିସମାରୋହରେ ଯୋଗଦେଇଥିଲେ ।ଏହି ଅବସରରେ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଉତ୍ତମ ପ୍ରଦର୍ଶନ କରିଥିବା ତିନୋଟି ଜିଲ୍ଲାଯଥା ଗଞ୍ଜାମ, ଗଜପତି ଓ ବାଲେଶ୍ୱର ଜିଲ୍ଲା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରକରିଥିବାରୁ ୨୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଉତ୍ତମ ପ୍ରଦର୍ଶନକାରୀ

ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା ଯଥା ଢେଙ୍କାନାଳର ମହର୍ଷି ଦୟାନନ୍ଦ ସର୍ଭିସେସ୍‌ ମିଶନ୍‌,ପାଟଳିପଙ୍କା, କେନ୍ଦ୍ରାପଡ଼ାର ଲୁଥେରାନ୍‌ ମହିଳା ସମିତି, କନ୍ଧମାଳ ଜିଲ୍ଲାର ବନବାସୀ ସେବା ସମିତିକୁଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବାରୁ ୨୫ ହଜାର ଟଙ୍କା ଲେଖାଏଁ ଏବଂ ଶିଶୁ ଯନିଅନୁଷ୍ଠାନ ବର୍ଗରେ ସମ୍ବଲପୁରର ଧନକଉଡାସ୍ଥିତ ଶିଶୁ ଗୃହ, ଭୁବନେଶ୍ୱରର ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍ସ ଭିଲେଜ୍‌,

ଭଦ୍ରକର ଯୋଗୀଋଷୀ ଲକ୍ଷ୍ମଣ ଦାସ ଶିଶୁ ଆଶ୍ରମକୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ନିମନ୍ତେ୨୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ପ୍ରଦର୍ଶନନିମନ୍ତେ ତିନୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯଥା ବରଗଡ଼ ଜିଲ୍ଲାର ବନ୍ଧପାଲ୍ଲୀସ୍ଥିତ ଜଗଦମ୍ବାସ୍ୱୟଂସହାୟକ ଗୋଷ୍ଠୀ, ଗଞ୍ଜାମ ଜିଲ୍ଲାର ଯୋଗେନ୍ଦ୍ର ପ୍ରସାଦସ୍ଥିତ ସତ୍ୟସାଇ ସ୍ୱୟଂ ସହାୟକ ଗୋଷ୍ଠୀ,ଭଦ୍ରକ ଜିଲ୍ଲାର ଗେଲ୍‌ଟୁଆସ୍ଥିତ ଜୟ ମା’ଦୁର୍ଗା ହସ୍ତଶିଳ୍ପ ସ୍ୱୟଂ ସହାୟକ ଗୋଷ୍ଠୀକୁ ୫୦ ହଜାର ଟଙ୍କା ଓମାନପତ୍ର ଦିଆଯାଇଥିଲା । ୨୦୧୮-୧୯ ଅର୍ଥିକ ବର୍ଷରେ ମିଶନ ଶକ୍ତି ଋଣ (ରାଜ୍ୟ ସୁଧ ସହାୟତାଯୋଜନା) କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍‌ଓ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ବିଭାଗର କାର୍ଯ୍ୟାବଳୀ ସଂପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା ।

Leave A Reply

Your email address will not be published.